ଓଡିଶା ମାଟି ଗଞ୍ଜାମ ଜିଲ୍ଲା ଚିକିଟୀ ରେ ପରିକଳ୍ପନା କରାଯାଇଥିବା ଏକ ଶିକ୍ଷା ଓ ଶିକ୍ଷଣ ସାମାଜିକ ଗଣ ମାଧ୍ୟମ , ilearnO କୁ ଆପଣଙ୍କୁ ସ୍ଵାଗତ । ଶିକ୍ଷାର୍ଥୀ, ଶିକ୍ଷକ ଓ ଶିକ୍ଷାନୁରାଗୀ ସମାଜ କୁ ଏକତ୍ର ଶିକ୍ଷା ଓ ଶିକ୍ଷଣ ର ବିକାଶ ନିମନ୍ତେ ନିଜ ବିଚାର ଏବଂ ଆବଶ୍ୟକତା କୁ ଉପସ୍ଥାପନ କରିବା ର ଏକ ସୁଯୋଗ ର ନାମ – ilearnO
ଓଡିଶା ଏବଂ ଓଡିଶା ବାହାରେ କୋଟି କୋଟି ଓଡିଆ ଙ୍କୁ ଓଡିଶାର ଶିକ୍ଷଣ ପ୍ରତି ଏକତ୍ର ଗୋଟିଏ ମଞ୍ଚରେ ଏକାଠି କରିବା ଆମ ପ୍ରୟାସ । ପ୍ରତ୍ୟେକ ଶିକ୍ଷାର୍ଥୀ, ଏହି ମଞ୍ଚ ରେ ନିଜ ଶୈକ୍ଷିକ ଆବଶ୍ୟକତା କୁ ଉପସ୍ଥାପନ କରିପାରିବ । ଏଥି ସହ ସଂଯୁକ୍ତ ଶିକ୍ଷକ ସମାଜ, ଶିକ୍ଷାନୁରାଗୀ ବ୍ୟକ୍ତି ବିଶେଷ ସେହି ଶୈକ୍ଷିକ ଆବଶ୍ୟକତା ପ୍ରଦାନ କରି ଏହି ମଞ୍ଚରେ ସମାଧାନ କରିପାରିବେ
ଏହି ପ୍ରକଳ୍ପ ସହିତ ଅଗଣିତ ଶିକ୍ଷାର୍ଥୀ, ଶିକ୍ଷକ ଓ ଶିକ୍ଷାନୁରାଗୀ ବ୍ୟକ୍ତି ସମୁହ ଯୋଡି ହୋଇ ଅଛନ୍ତି । ପ୍ରତି ଦିନ ନୂଆ ସଦସ୍ୟ ଯୋଡି ହେଉଛନ୍ତି । ଆମେ କେବଳ ସେମାନଙ୍କୁ ହିଁ ilearnO ସହିତ ଯୋଗଦେବାକୁ ଅନୁରୋଧ କରୁଅଛୁ , ଯେଉଁମାନେ ଶିକ୍ଷା, ଶିକ୍ଷାର୍ଥୀ , ଶିକ୍ଷକ ଓ ଶିକ୍ଷଣ ସମାଜ ର ସମ୍ମାନ କୁ ଗୁରୁତ୍ଵ ପ୍ରଦାନ କରି ନିଜ ବିଚାର ଓ ଆବଶ୍ୟକତା କୁ ଉପସ୍ଥାପନ କରିପାରିବେ
ଯଦି କୌଣସି ଅନୁବନ୍ଧିତ ସଦସ୍ୟ ଏହି ପ୍ରକଳ୍ପ ର ସାହାଯ୍ୟ ନେଇ କିଛି ବି ନକାରାତ୍ମକ, ପ୍ରଚାରଧର୍ମୀ ଏବଂ ସମସ୍ୟା ସୃଷ୍ଟିକାରୀ ବିଚାର ଉପସ୍ଥାପନ କରିବେ, ତେବେ ବିନା ନୋଟିସ୍ ରେ ସେହି ଅନୁବନ୍ଧିତ ସଦସ୍ୟ ଙ୍କ ସଦସ୍ୟତା ରଦ୍ଦ କରିଦିଆଯିବ
ଯଦି କୌଣସି ଅନୁବନ୍ଧିତ ସଦସ୍ୟ ଏହି ପ୍ରକଳ୍ପ ର ସାହାଯ୍ୟ ନେଇ କିଛି ବି ନକାରାତ୍ମକ, ପ୍ରଚାରଧର୍ମୀ ଏବଂ ସମସ୍ୟା ସୃଷ୍ଟିକାରୀ ବିଚାର ଉପସ୍ଥାପନ କରିବେ, ତେବେ ଯାହା ବି ଆଇନଗତ ସମସ୍ୟା ଦେଖାଯିବ, କେବଳ ସେ ନିଜେ ହିଁ ଦାୟୀ ରହିବେ
ଏହି ନିମ୍ନରେ ଦିଆଯାଇଥିବା BUTTON କୁ CLICK କରି ଶିକ୍ଷଣ ସାମାଜିକ ଗଣମାଧ୍ୟମ କୁ VISIT କରିହେବ